Skip to main content

Posts

Featured post

ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା କ୍ଷତିକାରକ କି?   ଅଣ୍ଡାରେ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଥାଏ। ଜିମ୍ ଯାଉଥିବା ଲୋକମାନେ ଏହାକୁ ବିଶେଷ ଭାବରେ ନିଜ ଭୋଜନ ତାଲିକାରେ ସାମିଲ କରିଥାନ୍ତି। କିନ୍ତୁ କିଛି ଲୋକ ମାନନ୍ତି ଯେ, ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା ଭଲ ନୁହେଁ। କାରଣ ଏହାର ପ୍ରଭାବ ଗରମ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ସତ୍ୟତା କ’ଣ?   RELATED POSTS ଅଣ୍ଡା ଖାଇବାର ଆବଶ୍ୟକତା ଏହି ଉପାୟରେ ଖାଆନ୍ତୁ ଅଣ୍ଡା ମିଳିବ ଅନେକ ଲାଭ ଅଣ୍ଡାର ପ୍ରଭାବ ନିଶ୍ଚିତ ଭାବରେ ଗରମ ହୋଇଥାଏ। ଗ୍ରୀଷ୍ମ ଋତୁରେ ଏହାକୁ ଖାଇ ପାରିବେ, କିନ୍ତୁ ଏହାକୁ ଅଳ୍ପ ପରିମାଣରେ ଖାଇବା ଲାଭଦାୟକ। ଏମିତିରେ ବି ସବୁ ଖାଦ୍ୟ ଅତ୍ୟଧିକ ମାତ୍ରାରେ ସେବନ ଶରୀର ପାଇଁ ହାନିକାରକ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଅଣ୍ଡା ଖାଇବା ଦ୍ବାରା ଶରୀରକୁ କି ଲାଭ ମିଳିଥାଏ। – ଅଣ୍ଡା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ। – ଅଣ୍ଡାର ସେବନ ମଧ୍ୟ ହାଡକୁ ଶକ୍ତିଶାଳୀ କରିଥାଏ। -ଏକ ଅଣ୍ଡା ଖାଇବା ଦ୍ୱାରା ଦୀର୍ଘ ସମୟ ଭୋକ ଲାଗିନଥାଏ।  -ଏହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। -ଅଣ୍ଡା ରୋଗପ୍ରତିରୋଧକ ପ୍ରଣାଳୀକୁ ମଧ୍ୟ ଶକ୍ତିଶାଳୀ କରିଥାଏ। – ଅଣ୍ଡା ପ୍ରଚୁର ଶକ୍ତିର ଉତ୍ସ। ବୟସ ବଢିବା ସହିତ ଆଖି ସମସ୍ୟାର ସମାଧାନ ମଧ୍ୟ ଅଣ୍ଡା ଖାଇବା ଦ୍ବାରା ହୋଇଥାଏ। -ଚର୍ମ ଏବଂ କେଶ ପାଇଁ ଅଣ୍ଡା ଖାଇବା ମ...
Recent posts
ଘରେ କେମିତି ପ୍ରସ୍ତୁତ କରିବେ ମାସ୍କ, କରିଦେଖାଇଲେ ଅଭିନେତ୍ରୀ ଅର୍ଚିତା ଭୁବନେଶ୍ୱର : କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବାବେଳେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି | ତେବେ ଲୋକଙ୍କ ତୁଳନାରେ ମାସ୍କ ସଂଖ୍ୟା କମ ଥିବାରୁ ପର୍ଯ୍ୟାପ୍ତ ମାସ୍କ ଯୋଗାଇଦେବାକୁ ଏବେ ଅନେକ ସ୍ବେଛାସେବୀ ସଂଗଠନ, ସ୍ୱୟଂସହାୟିକା ଗୋଷ୍ଠୀ, ଜେଲରେ ଥିବା କଏଦୀ ଅଣ୍ଟା ଭିଡିଛନ୍ତି | ଆଉ ମାସ୍କ ପ୍ରସ୍ତୁତି ପାଇଁ ଏବେ ଓଲିଉଡ଼ର ଚୁଲବୁଲି ନାୟିକା ଅର୍ଚିତା ମଧ୍ୟ ଆଗକୁ ଆସିଛନ୍ତି | ଅର୍ଚିତା କେବଳ ମାସ୍କ ତିଆରି କରିନାହାନ୍ତି ବରଂ ସହଜରେ ଘରେ କେମିତି ମାସ୍କ ପ୍ରସ୍ତୁତ କରିହେବ ତାହାର କୌଶଳ ଶିଖାଇଛନ୍ତି | ଏନେଇ ଅର୍ଚିତା ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିବା ସହ ନିଜ ପାଇଁ ଖଣ୍ଡିଏ ମାସ୍କ ପ୍ରସ୍ତୁତ କରିବାକୁ ଲୋକଙ୍କୁ ଆହ୍ୱାନ ଜଣାଇଛନ୍ତି |
୭୧୮ ଜିଲ୍ଲା ମଧ୍ୟରୁ ୩୬୪ ଜିଲ୍ଲା କୋଭିଡ୍‌ - ୧୯ ସଂକ୍ରମିତ :   ନୂଆଦିଲ୍ଲୀ : ଦେଶରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶ ବିଗତ ପ୍ରାୟ ତିନି ସପ୍ତାହ ଧରି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ମଧ୍ୟରେ ରହିଥିଲେ ବି ଏଯାବତ୍‌ ପ୍ରାୟ ଅଧା ଦେଶ ଅର୍ଥାତ୍‌ ୭୧୮ଟି ଜିଲ୍ଲା ମଧ୍ୟରୁ ଅର୍ଦ୍ଧେକ ଜିଲ୍ଲାକୁ କରୋନା ବା କୋଙିଡ୍‌-୧୯ ସଂକ୍ରମିତ କରିଛି। ଅତ୍ୟନ୍ତ ସଂକ୍ରମଣ ପ୍ରବଣ କରୋନା ଭାଇରସ୍‌ ଏହି ୭୧୮ଟି ଜିଲ୍ଲା ମଧ୍ୟରୁ ୧୨୦ ଜିଲ୍ଲାରେ ବିଗତ ମାତ୍ର ୧୦ ଦିନ ମଧ୍ୟରେ ନିଜର କାୟା ବିସ୍ତାର କରିବାରେ ସମର୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜାଣିବାକୁ ମିଳିଛି। ଦେଶରେ ଗତ ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦୦ ଥିବା ମାତ୍ର ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ଆଜି ୮୩୫୬କୁ ବୃଦ୍ଧି ପାଇଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଗତ ମାର୍ଚ୍ଚ ୨୯ ସୁଦ୍ଧା ଦେଶର ୧୬୦ ଜିଲ୍ଲା କରୋନା ସଂକ୍ରମିତ ହୋଇଥିବା ବେଳେ ଅପ୍ରେଲ ୬ ବେଳକୁ ସଂକ୍ରମିତ ଜିଲ୍ଲା ସଂଖ୍ୟା ୨୮୪ରେ ପହଞ୍ଚିଥିଲା। ଆଜି ସୁଦ୍ଧା ଦେଶର ୩୬୪ଟି ଜିିଲ୍ଲା କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହା ମଧ୍ୟରେ ଉତ୍ତରପ୍ରଦେଶର ସର୍ବାଧିକ ୪୦ଟି ଜିଲ୍ଲା ରହିଥିବା ବେଳେ ତାମିଲନାଡ଼ୁର ୩୩ଟି ଜିଲ୍ଲା ରହିଛି। ମହାରାଷ୍ଟ୍ରର ୨୭ ଜିଲ୍ଲାରେ ଦେଶର ସର୍ବାଧିକ କରୋନା ଆକ୍ରାନ...
କୋଭିଡ୍ ହସ୍‌ପିଟାଲ ଖର୍ଚ୍ଚ ତୁଲାଇବ ନାଲ୍‌କୋ  ନବରଙ୍ଗପୁର : ନବରଙ୍ଗପୁର ସ୍ଥିତ ବିଏଡ୍ କଲେଜ କୋଠାରେ ହେବ ଅସ୍ଥାୟୀ କୋଭିଡ୍ ହସ୍‌ପିଟାଲ। ଏହି ହସ୍‌ପିଟାଲରେ କରୋନା ଆକ୍ରାନ୍ତଙ୍କୁ ସେବା ଯୋଗାଇବ ଖ୍ରୀଷ୍ଟିଆ‌ନ ହସ୍‌ପିଟାଲ। ଭିତ୍ତିଭୂମି ରାଜ୍ୟ ସରକାର ଯୋଗାଇ ଦେଇଥିବା ବେଳେ ହସ୍‌ପିଟାଲ ପରିଚାଳନା ବାବଦ ସମସ୍ତ ଖର୍ଚ୍ଚ ନାଲକୋ କରିବ। ଏଥିପାଇଁ ଆଜି ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର, ନାଲକୋ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ଖଣି ଓ ବିଶୋ‌ଧନ) ରବି ଶଙ୍କର ଦାସ ଏବଂ ଖ୍ରୀଷ୍ଟିଆନ ହସ୍‌ପିଟାଲ ଅଧୀକ୍ଷକ ଡା.ସନ୍ତୋଷ କୁମାର ନାଗଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ଚୁକ୍ତି ସ୍ବାକ୍ଷର ସମୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ, ସିଡିଏମଓ ଡା.ସନ୍ତୋଷ କୁମାର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୂତାର, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ନାଲକୋ ଏଜିଏମ୍ ରବିନାରାୟଣ ଉପାଧ୍ୟାୟ, ଜିଏମ (ପ୍ରକଳ୍ପ) ସୁଶୀଲ ପାଢ଼ୀ, ଏଜିଏମ୍ ବି.ସି.ଦାସ ପ୍ରମୁଖ ଉପସ୍ଥିତ ଥିଲେ। କରୋନା ମୁକାବିଲା ପାଇଁ ନବରଙ୍ଗପୁରଠାରେ ୩ଶହ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ୍ ହସ୍‌ପିଟାଲ ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି। ଭେଣ୍ଟିଲେଟର ସହ ଅନ୍ୟାନ୍ୟ ଉପକରଣ ବି ସଂଯୋଗ ହୋଇସାରିଛି। ଆସନ୍ତା ୧୫ ତାରିଖରୁ ଏହି ହସ୍‌ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି...
ଭାରତରେ   ଗତ ୨୪ ଘଣ୍ଟାରେ ୧୦୩୫ ନୂଆ ସଂକ୍ରମିତ           ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ଗୁରୁତର ଆକାର ଧାରଣ କରୁଛି କରୋନା ଭାଇରସ । ପ୍ରାୟ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ୧୦୩୫ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଥିବାବେଳେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫୨୯ ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୬୬୩୪ ଓ ମୃତ୍ୟୁସଂଖ୍ୟା ୨୪୨ ରହିଛି । ତେବେ ଦେଶରେ ଏହି ଭୁତାଣୁ କବଳରୁ ପ୍ରାୟ ୬୫୨ ଜଣ ଆରୋଗ୍ୟ ଲାଭ କରିସାରିଲେଣି । ସୂଚନାଯୋଗ୍ୟ ଯେ ସମଗ୍ର ଦେଶରେ ମହାରାଷ୍ଟ୍ରରେ ସର୍ବାଧfକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୭୪ରେ ପହଞ୍ଚିଥିବାବେଳେ ମୃତୁ୍ୟସଂଖ୍ୟା ୧୧୦ରେ ପହଞ୍ଚିଛି । ଏହା ସହିତ ରାଜ୍ୟରେ ମୋଟ ୧୮୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ର ପଛକୁ ତାମିଲନାଡୁ ରହିଛି । ତାମିଲନାଡୁରେ ମୋଟ ୯୧୧ ଜଣ ସଂକ୍ରମିତ ଅଛନ୍ତି । ତାମିଲନାଡୁ ପଛକୁ ଦିଲ୍ଲୀ ରହିଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦୩ରେ ପହଞ୍ଚିଛି ।