ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା କ୍ଷତିକାରକ କି?
ଅଣ୍ଡାରେ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଥାଏ। ଜିମ୍ ଯାଉଥିବା ଲୋକମାନେ ଏହାକୁ ବିଶେଷ ଭାବରେ ନିଜ ଭୋଜନ ତାଲିକାରେ ସାମିଲ କରିଥାନ୍ତି। କିନ୍ତୁ କିଛି ଲୋକ ମାନନ୍ତି ଯେ, ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା ଭଲ ନୁହେଁ। କାରଣ ଏହାର ପ୍ରଭାବ ଗରମ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ସତ୍ୟତା କ’ଣ?
RELATED POSTS
ଅଣ୍ଡା ଖାଇବାର ଆବଶ୍ୟକତା
ଏହି ଉପାୟରେ ଖାଆନ୍ତୁ ଅଣ୍ଡା ମିଳିବ ଅନେକ ଲାଭ
ଅଣ୍ଡାର ପ୍ରଭାବ ନିଶ୍ଚିତ ଭାବରେ ଗରମ ହୋଇଥାଏ। ଗ୍ରୀଷ୍ମ ଋତୁରେ ଏହାକୁ ଖାଇ ପାରିବେ, କିନ୍ତୁ ଏହାକୁ ଅଳ୍ପ ପରିମାଣରେ ଖାଇବା ଲାଭଦାୟକ। ଏମିତିରେ ବି ସବୁ ଖାଦ୍ୟ ଅତ୍ୟଧିକ ମାତ୍ରାରେ ସେବନ ଶରୀର ପାଇଁ ହାନିକାରକ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଅଣ୍ଡା ଖାଇବା ଦ୍ବାରା ଶରୀରକୁ କି ଲାଭ ମିଳିଥାଏ।
– ଅଣ୍ଡା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ।
– ଅଣ୍ଡାର ସେବନ ମଧ୍ୟ ହାଡକୁ ଶକ୍ତିଶାଳୀ କରିଥାଏ।
-ଏକ ଅଣ୍ଡା ଖାଇବା ଦ୍ୱାରା ଦୀର୍ଘ ସମୟ ଭୋକ ଲାଗିନଥାଏ।
-ଏହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ।
-ଅଣ୍ଡା ରୋଗପ୍ରତିରୋଧକ ପ୍ରଣାଳୀକୁ ମଧ୍ୟ ଶକ୍ତିଶାଳୀ କରିଥାଏ।
– ଅଣ୍ଡା ପ୍ରଚୁର ଶକ୍ତିର ଉତ୍ସ। ବୟସ ବଢିବା ସହିତ ଆଖି ସମସ୍ୟାର ସମାଧାନ ମଧ୍ୟ ଅଣ୍ଡା ଖାଇବା ଦ୍ବାରା ହୋଇଥାଏ।
-ଚର୍ମ ଏବଂ କେଶ ପାଇଁ ଅଣ୍ଡା ଖାଇବା ମଧ୍ୟ ବହୁତ ଲାଭଦାୟକ।
ନିଉଜ ଆଲର୍ଟସ୍ଵାସ୍ଥ୍ୟ
ଅଣ୍ଡା ଖାଇବାର ଆବଶ୍ୟକତା ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ଅଣ୍ଡା ଏକ ସୁପରଫୁଡ୍ ଅଟେ। ପ୍ରୋଟିନ୍, କ୍ୟାଲସିୟମ୍, ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଭରପୂର ଥିବା ଅଣ୍ଡା ନିୟମିତ ଖାଇବା ଉଚିତ। କର୍ମଜୀବୀ ମହିଳାମାନେ ସପ୍ତାହକୁ ଅନ୍ତତଃ ୨ଥର ଅଣ୍ଡା ଖାଇଲେ ସେମାନଙ୍କୁ ଶକ୍ତି ମିଳିଥାଏ।
-ପ୍ରସବ ପରେ ମହିଳାମାନେ ନିୟମିତ ଭାବେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏଥିରେ ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ହାଡ଼ ଓ ଦାନ୍ତ ମଜବୁତ୍ କରିବାରେ ସହାୟକ ହୋଇଥାଏ।
-ଓଜନ ନିୟନ୍ତ୍ରଣ କରିବା ନିମନ୍ତେ ଅଣ୍ଡାକୁ ନିୟମିତ ସକାଳ ଜଳଖିଆରେ ଖାଇବା ଲାଭଦାୟକ।
RELATED POSTS
ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା କ୍ଷତିକାରକ କି?
ଏହି ଉପାୟରେ ଖାଆନ୍ତୁ ଅଣ୍ଡା ମିଳିବ ଅନେକ ଲାଭ
-ଏବର ମହିଳାମାନେ ଖୁବ୍ ଶୀଘ୍ର ସାମାନ୍ୟ କଥାରେ ଚିନ୍ତିତ ହୋଇଯାଉଛନ୍ତି। ସେମାନଙ୍କର ଏହି ଚିନ୍ତା ଓ ଟେନସନରୁ ମୁକ୍ତି ନିମନ୍ତେ ଅଣ୍ଡା ଏକ ସର୍ବୋତ୍ତମ ଖାଦ୍ୟ। ଏଥିରେ ଥିବା ଭିଟାମିନ୍ ବି-୧୨ ମାନସିକ ଚାପ କମ୍ କରିଥାଏ।
-ତ୍ବଚା ଓ କେଶ ନିମନ୍ତେ ମଧ୍ୟ ଅଣ୍ଡା ବେଶ୍ ଉତ୍ତମ ଖୋରାକ୍ ଯୋଗାଇଥାଏ।
-ବିଭିନ୍ନ ପ୍ରକାର ତତ୍ତ୍ବରେ ଭରପୂର ଅଣ୍ଡାକୁ ମହିଳାମାନେ ସକାଳ ଜଳଖିଆ ସମୟରେ ହିଁ ଖାଇବା ଉଚିତ। ନିଉଜ ଆଲର୍ଟସ୍ଵାସ୍ଥ୍ୟ
ଏହି ଉପାୟରେ ଖାଆନ୍ତୁ ଅଣ୍ଡା ମିଳିବ ଅନେକ ଲାଭ ଉତ୍ତମ ସ୍ୱାସ୍ଥ୍ୟ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ କେତେକ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ପୁଷ୍ଟିଯୁକ୍ତ ଖାଦ୍ୟ ପାଇଁ ଆମକୁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଆବଶ୍ୟକ। ମାତ୍ର ଅଣ୍ଡା ଏପରି ଏକ ଖାଦ୍ୟ ଯେଉଁଥିରେ ବହୁ ପୋଷକ ତତ୍ତ୍ୱ ରହିଛି। ସେହିଭଳି ଯେଉଁମାନେ ଓଜନ ହ୍ରାସ ପାଇଁ ଇଚ୍ଛୁକ ସେମାନଙ୍କ ପାଇଁ ଅଣ୍ଡା ଏକ ଉତ୍ତମ ସ୍ରୋତ ଅଟେ।
ଅଣ୍ଡା ଖାଇବା ଦ୍ୱାରା ଫାଷ୍ଟଫୁଡ଼ ଜାତୀୟ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଯାହା ମୋଟାପଣକୁ ବୃଦ୍ଧି ହେବାକୁ ଦେଇନଥାଏ।
ସିଝା ଅଣ୍ଡା ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ମାତ୍ର ଅଣ୍ଡାର ଧଳା ଅଂଶ ଖାଇବା ଉଚିତ ଓ ଏହାର ହଳଦିଆ ଅଂଶକୁ ଖାଇବା ଉଚିତ ନୁହେଁ।
ଆମଲେଟ ପ୍ରସ୍ତୁତ କରି ମଧ୍ୟ ନିୟମିତ ଖାଆନ୍ତୁ ନାହିଁ। କାରଣ ଏଥିରେ ତେଲର ମାତ୍ରା ଅଧିକ ଥାଏ। ଯାଦ୍ୱାରା ଶରୀରରେ ଫ୍ୟାଟର ପରିମାଣ ବୃଦ୍ଧି ପାଇଥାଏ।
ପାଳଙ୍ଗ ଶାଗ ଓ ଛତୁ ସହ ଅଣ୍ଡା ଆମଲେଟ ଖାଇବା ଶରୀର ପାଇଁ ହିତକାରକ ବୋଲି କୁହାଯାଏ।
ଅଣ୍ଡା ଖାଇବା ସମୟରେ ସେପଟା ଓ କମଳା ମଧ୍ୟ ଖାଇବା ପାରିବେ। ଏପରି ଖାଇବା ଦ୍ୱାରା ମୋଟାପଣ କମ ହୋଇଥାଏ।
ଅଣ୍ଡା ଓ ବିନସ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ। ତେଣୁ ଏହାକୁ ଖାଇବା ଶରୀର ପାଇଁ ଲାଭଦାୟକ।
ସିଝା ଅଣ୍ଡା ସହ ଅଙ୍ଗୁର ରସ ମଧ୍ୟ ପିଇପାରିବେ।
ସିଝା ପରିବା, ଫଳ, ସାଲାଡ଼, ଓଟସ ସହ ସିଝା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରୀ ଅଟେ।ଜୀବନ ରେଖାନିଉଜ ଆଲର୍ଟସ୍ଵାସ୍ଥ୍ୟ
ଏହି ପ୍ରଣାଳୀରେ ଖାଆନ୍ତୁ ଅଣ୍ଡା ମିଳିବ ଅନେକ ଲା ଉତ୍ତମସ୍ୱାସ୍ଥ୍ୟ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଉତ୍ତମସ୍ୱାସ୍ଥ୍ୟ ପାଇଁ କେତେକ ଟିପ୍ସ ଆବଶ୍ୟକ।
ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଖାଦ୍ୟ ନିତ୍ୟାନ୍ତ ଜରୁରୀ। ପୁଷ୍ଟିକର ଖାଦ୍ୟ ପାଇଁ ଆମକୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ପଡ଼ିଥାଏ। ମାତ୍ର ଏପରି ଏକ ଖାଦ୍ୟ ରହିଛି, ଯେଉଁଥିରେ ଆମେ ବିଭିନ୍ନ ପ୍ରକାରର ଭିଟାମିନ, ପୋଷକ ତତ୍ତ୍ୱ ପାଇଥାଉ। ସେଭଳି ଏକ ଖାଦ୍ୟ ହେଉଛି ଅଣ୍ଡା।
ସେଭଳି ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ଅଣ୍ଡା ଖାଇବା ଦ୍ୱାରା ଖୁବ ଉପକାର ମିଳେ। ଅଣ୍ଡା ମେଟାବୋଲିଜିମ, ଫ୍ୟାଟକୁ କମ କରିବା ସହ ଫାଷ୍ଟ ଫୁଡ଼ ଜାତୀୟ ଖାଦ୍ୟ ଖାଇବାର ଇଚ୍ଛାକୁ କମ କରିଥାଏ। ଯାହା ଦ୍ୱାରା ବହୁ ପରିମାଣରେ ଓଜନ ନିୟନ୍ତ୍ରିତ ହୋଇରହିଥାଏ। ସିଝା ଅଣ୍ଡା ଖାଇବା ଦ୍ୱାରା ଓଜନ କମ ହୋଇଥାଏ। ମାତ୍ର କେବଳ ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ଏହାର ସଠିକ ଫଳ ମିଳିଥାଏ। ଅଣ୍ଡାର ହଳଦିଆ ଅଂଶକୁ ନିୟମିତ ଖାଆନ୍ତୁ ନାହିଁ।
ଅଣ୍ଡାରେ ପ୍ରସ୍ତୁତ ଆମଲେଟ ମଧ୍ୟ ଖାଆନ୍ତୁ ନାହିଁ। ଏହାକୁ ଖାଇଲେ ମଧ୍ୟ ଶରୀରରେ ଫ୍ୟାଟ ବୃଦ୍ଧି ପାଇଥାଏ।
ଯେଉଁ ସମୟରେ ଅଣ୍ଡାର ଆମଲେଟ ଖାଉଛନ୍ତି, ଅଳ୍ପ ପରିମାଣରେ ଛତୁ ଓ ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ।
ସିଝା ଅଣ୍ଡା ଖାଇବା ପରେ ଅଳ୍ପ କମଳା ଖାଇବା ମଧ୍ୟ ଖୁବ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ।
ଅଣ୍ଡା ସହ ବିନସ୍ ଖାଇଲେ ମଧ୍ୟ ଏହା ସ୍ୱାସ୍ଥ୍ୟକୁ ଉପଯୁକ୍ତ ପୋଷକ ପ୍ରଦାନ କରିବା ସହ ଓଜନକୁ ନିୟନ୍ତ୍ରିତ କରି ରଖେ।
ସିଝା ଅଣ୍ଡା ସହ ସିଝା ସବୁଜ ପନିପରିବା, ଅଙ୍ଗୁର ରସ , ଓଟସ୍ ମଧ୍ୟ ଖାଇପାରିବେ। ଏହାକୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଓଜନ ବୃଦ୍ଧି ହେବାକୁ ରୋକି ଥାଏ! ନିଉଜ ଆଲର୍ଟସ୍ଵାସ୍ଥ୍ୟ
ଜାଣନ୍ତୁ , ଖରା ଦିନେ ଅଣ୍ଡା ଖାଇବା ଶରୀର ପାଇଁ କେତେ ହିତକାରୀ ! ଭେଜିଟେରିୟାନ ଓ ନନ୍ ଭେଜିଟେରିୟାନ୍ ବାଦ ବର୍ତ୍ତମାନ ଏଗିଟେରିୟାନ ମଧ୍ୟ ଖାଦ୍ୟ ତାଲିକାରେ ସାମିଲ ହୋଇଛି। ଏଗ ଲଭର୍ସ ବା ଅଣ୍ଡା ପ୍ରେମୀମାନେ ଏହି ତାଲିକାରେ ନିଜକୁ ସାମିଲ କରିଛନ୍ତି। ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅଣ୍ଡା ହିତକର। ଏଥିରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଅଣ୍ଡାର ହଳଦିଆ ଅଂଶରେ ୯୦ ପ୍ରତିଶତ କ୍ୟାଲସିଅମ୍ ଓ ଆୟରନ ରହିଥିବା ବେଳେ ଧଳା ଅଂଶରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ। ଅଣ୍ଡା ଶରୀର ପାଇଁ ସ୍ୱାସ୍ଥ୍ୟପ୍ରତି ହିତକାରକ ଏଥିରେ କୌଣସି ସନ୍ଦେହ ନ ଥିଲେ ମଧ୍ୟ ପ୍ରଶ୍ନ ଉଠୁଛି ଭୀଷଣ ଗରମରେ ଏହାକୁ ଖାଇବା ଉଚିତ୍ କି ନୁହେଁ ? ଆପଣ ଭାବୁଛନ୍ତି ଖରା ଦିନରେ ଅଣ୍ଡା ଖାଇଲେ ଶରୀର ପାଇଁ ହାନିକାରକ ତେବେ ଆପଣ ସପୂର୍ଣ୍ଣ ରୁପେ ଭୁଲ୍ ଭାବୁଛନ୍ତି। ଖାଦ୍ୟ ବିଶେଷଜ୍ଞ ଅନୁଯାୟୀ, ଖରା ଦିନେ ଅଣ୍ଡା ଖାଇବା ଉଚିତ୍।
ଏଥିରେ ଭିଟାମିନ ଅଧିକ ମାତ୍ରା ଥିବାରୁ ଏହା ଶରୀର ପାଇଁ ଉପଯୋଗୀ। ଦିନକୁ ୨ଟି ଅଣ୍ଡା ଖାଇ ପରିବେ କିନ୍ତୁ ଅଧିକ ଖାଇଲେ ଶରୀରରେ ତାପମାତ୍ରା ବଢିଯାଏ। ଯାହା ଶରୀର ପାଇଁ ହିତକାର ନୁହେଁ।
ଅଣ୍ଡାରେ ଭିଟାମିନ ଏ ଓ ଡି ଥିବାରୁ ହାଡ ମଜଭୁତ ହେବାରେ ଏହା ସହାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, ଆୟୋଡିନ, ଫସଫରସ ଓ ଆଇରନ୍ ଥିବାରୁ ଶରୀର ବିକାଶ ପାଇଁ ଅଣ୍ଡାର ଆବଶ୍ୟକତା ରହିଛି!ସ୍ଵାସ୍ଥ୍ୟ
ଅଣ୍ଡାର ଔଷଧୀୟ ଗୁଣ
ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ସଭିଏଁ ଜାଣି ଥିବେ। ଶସ୍ତାରେ ମିଳୁଥିବା ଏହା ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟଦ୍ରବ୍ୟ ଅଟେ। ପ୍ରାୟ ସମସ୍ତ ସ୍ଥାନରେ ଏହା ଖୁବ ସହଜରେ ମିଳିଥାଏ। ପିଲାଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଲାଭଦାୟକ ଅଟେ।
ଅଣ୍ଡାରେ ଭରପୁର ମାତ୍ରାରେ ଭିଟାମିନ ରହିଛି। ଭିଟାମିନ ଏ, ବି-୧୨, ଡ଼ି ଏବଂ ଇ ମଧ୍ୟ ରହିଛି। ନିୟମିତ ଗୋଟିଏ ଅଣ୍ଡା ଖାଇଲେ ଏହା ବହୁ ମାରାତ୍ମକ ରୋଗରୁ ରକ୍ଷା କରିଥାଏ।
ଅଣ୍ଡାର ଉପକାରୀ ଗୁଣ –
ନିୟମିତ ଅଣ୍ଡା ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରୋଲ ମାତ୍ରା କମ ହୋଇଥାଏ।
ଚକ୍ଷୁ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
ଅଣ୍ଡା ଖାଇବା ଦ୍ୱାରା ଦାନ୍ତ, ହାଡ଼ ସୁସ୍ଥ ଓ ଶକ୍ତ ରହିଥାଏ।
ଅଣ୍ଡାରେ ଅଧିକ ମାତ୍ରାରେ କୋଲିନ ରହିଥାଏ। ଯାହା ମସ୍ତିଷ୍କକୁ ଠିକ ଭାବେ ସନ୍ତୁଳିତ କରିଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ।
କେଶ ଓ ନଖକୁ ଠିକ ଭାବେ ବଢାଇବା ସହ ସୁସ୍ଥ ରଖିଥାଏ।
ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।
କାର୍ଯ୍ୟ କରିବାକୁ ଇଚ୍ଛା ଶକ୍ତି ବୃଦ୍ଧି ପାଇଥାଏ।
ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। 
ଜୀବନ ରେଖାନିଉଜ ଆଲର୍ଟସ୍ଵାସ୍ଥ୍ୟ
ଜାଣନ୍ତୁ ଦିନକୁ କେତୋଟି ଅଣ୍ଡା, ଶରୀର ପାଇଁ ଲାଭଦାୟକ ! ପୌଷ୍ଟିକ ଭୋଜନ ମଧ୍ୟରୁ ଅଣ୍ଡା ହେଉଛି ଅନ୍ୟତମ । ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଏ । ଅଣ୍ଡା ଖାଇବା ଦ୍ବାରା ଶରୀରକୁ ଭିଟାମିନ୍, ମିନେରାଲ୍ସ, କ୍ୟାଲସିୟମ, ଆୟରନ ଓ ଫସଫରସ ମିଳିଥାଏ । କିନ୍ତୁ କେତେକ କ୍ଷେତ୍ରରେ ଅଣ୍ଡା ଶରୀର ପାଇଁ ହାନିକାରକ ମଧ୍ୟ ହୋଇ ପାରେ ।
ଅଣ୍ଡାର କେଶର ବା ହଳଦିଆ ଅଂଶ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟର ମାତ୍ରା ବଢିବାର ସମ୍ଭାବାନା ରହିଥାଏ । ତେଣୁ ଆସନ୍ତୁ ଜାଣିବା ଗୋଟି ଦିନରେ କେତେଟି ଅଣ୍ଡା ଖାଇବା ଦ୍ବାରା ଶରୀରରେ କୋଲେଷ୍ଟର ବୃଦ୍ଧି ନ ହୋଇ ନିୟନ୍ତ୍ରିତ ରହିଥାଏ ।
ଦିନକୁ ଦୁଇଟି ଅଣ୍ଡା ଖାଇବା ଉଚିତ୍ । ହେଲେ ତା’ଠାରୁ ଅଧିକ ଅଣ୍ଡା ଖାଇବା ଶରୀର ପ୍ରତି ହାନିକାରକ ହୋଇପାରେ । ଅଣ୍ଡାରେ ୧୮୫ ଏମଜି କୋଲେଷ୍ଟର ରହିଥାଏ । ହେଲେ ଗୋଟିଏ ଦିନରେ ଶରୀରକୁ କେବଳ ୩୦୦ ଏମଜି କୋଲେଷ୍ଟରର ଆବଶ୍ୟକୀୟ ପଡିଥାଏ । ଅଧିକ ଅଣ୍ଡା ଖାଇବା ଦ୍ବାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇଥାଏ । ଯାହା ଫଳରେ ପେଟ ବଥା ହେବାର ଆଶଙ୍କା ବଢି ଯାଇଥାଏ ।
ଅଣ୍ଡାକୁ ସିଝାଇ, ଫ୍ଲାଏ କରି ବା ତରକାରୀ କରି ଖାଇ ପାରିବେ । ହେଲେ ସିଝା ଅଣ୍ଡା ଶରୀର ପାଇଁ ସବୁଠୁ ଉତ୍ତମ ଅଟେ ।
Comments
Post a Comment