କୋଭିଡ୍ ହସ୍ପିଟାଲ ଖର୍ଚ୍ଚ ତୁଲାଇବ ନାଲ୍କୋ
ନବରଙ୍ଗପୁର : ନବରଙ୍ଗପୁର ସ୍ଥିତ ବିଏଡ୍ କଲେଜ କୋଠାରେ ହେବ ଅସ୍ଥାୟୀ କୋଭିଡ୍ ହସ୍ପିଟାଲ। ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ସେବା ଯୋଗାଇବ ଖ୍ରୀଷ୍ଟିଆନ ହସ୍ପିଟାଲ। ଭିତ୍ତିଭୂମି ରାଜ୍ୟ ସରକାର ଯୋଗାଇ ଦେଇଥିବା ବେଳେ ହସ୍ପିଟାଲ ପରିଚାଳନା ବାବଦ ସମସ୍ତ ଖର୍ଚ୍ଚ ନାଲକୋ କରିବ। ଏଥିପାଇଁ ଆଜି ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର, ନାଲକୋ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ଖଣି ଓ ବିଶୋଧନ) ରବି ଶଙ୍କର ଦାସ ଏବଂ ଖ୍ରୀଷ୍ଟିଆନ ହସ୍ପିଟାଲ ଅଧୀକ୍ଷକ ଡା.ସନ୍ତୋଷ କୁମାର ନାଗଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ଚୁକ୍ତି ସ୍ବାକ୍ଷର ସମୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ, ସିଡିଏମଓ ଡା.ସନ୍ତୋଷ କୁମାର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୂତାର, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ନାଲକୋ ଏଜିଏମ୍ ରବିନାରାୟଣ ଉପାଧ୍ୟାୟ, ଜିଏମ (ପ୍ରକଳ୍ପ) ସୁଶୀଲ ପାଢ଼ୀ, ଏଜିଏମ୍ ବି.ସି.ଦାସ ପ୍ରମୁଖ ଉପସ୍ଥିତ ଥିଲେ।
କରୋନା ମୁକାବିଲା ପାଇଁ ନବରଙ୍ଗପୁରଠାରେ ୩ଶହ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ୍ ହସ୍ପିଟାଲ ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି। ଭେଣ୍ଟିଲେଟର ସହ ଅନ୍ୟାନ୍ୟ ଉପକରଣ ବି ସଂଯୋଗ ହୋଇସାରିଛି। ଆସନ୍ତା ୧୫ ତାରିଖରୁ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ବିଧାୟକ ସଦାଶିବ ପ୍ରଧାନ କହିଛନ୍ତି ଯେ, ନାଲକୋ ସବୁ ବେଳେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ମାନବ ସେବା ପାଇଁ ସହଯୋଗର ହାତ ବଢ଼େଇ ଆସିଛି। କରୋନା ଭଳି ବିପତ୍ତି ସମୟରେ ନାଲକୋ ପୁଣି ସହାୟତା କରିଥିବାରୁ କୃତଜ୍ଞତା ଜଣାଇଥିଲେ। ପରେ ସମସ୍ତ ଅଧିକାରୀ ମିଶି ବେହେରାଗୁଡ଼ା ସ୍ଥିତ ଅସ୍ଥାୟୀ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବା ପାଇଁ ଯାଇଥିଲେ। ସେଠାରେ ଭିତ୍ତିଭୂମିର ସମୀକ୍ଷା ବି କରିଥିଲେ। ଉକ୍ତ କୋଭିଡ୍ ହସ୍ପିଟାଲରେ ଯେପରି ଭାବେ ରୋଗୀଙ୍କୁ ସମସ୍ତ ପ୍ରକାର ସହାୟତା ଓ ସେବା ଯୋଗାଇ ଦିଆଯିବ ସେଥିପ୍ରତି ଜିଲ୍ଲାପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବ ବୋଲି କୁହାଯାଇଛି।
ଘରେ କେମିତି ପ୍ରସ୍ତୁତ କରିବେ ମାସ୍କ, କରିଦେଖାଇଲେ ଅଭିନେତ୍ରୀ ଅର୍ଚିତା ଭୁବନେଶ୍ୱର : କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବାବେଳେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି | ତେବେ ଲୋକଙ୍କ ତୁଳନାରେ ମାସ୍କ ସଂଖ୍ୟା କମ ଥିବାରୁ ପର୍ଯ୍ୟାପ୍ତ ମାସ୍କ ଯୋଗାଇଦେବାକୁ ଏବେ ଅନେକ ସ୍ବେଛାସେବୀ ସଂଗଠନ, ସ୍ୱୟଂସହାୟିକା ଗୋଷ୍ଠୀ, ଜେଲରେ ଥିବା କଏଦୀ ଅଣ୍ଟା ଭିଡିଛନ୍ତି | ଆଉ ମାସ୍କ ପ୍ରସ୍ତୁତି ପାଇଁ ଏବେ ଓଲିଉଡ଼ର ଚୁଲବୁଲି ନାୟିକା ଅର୍ଚିତା ମଧ୍ୟ ଆଗକୁ ଆସିଛନ୍ତି | ଅର୍ଚିତା କେବଳ ମାସ୍କ ତିଆରି କରିନାହାନ୍ତି ବରଂ ସହଜରେ ଘରେ କେମିତି ମାସ୍କ ପ୍ରସ୍ତୁତ କରିହେବ ତାହାର କୌଶଳ ଶିଖାଇଛନ୍ତି | ଏନେଇ ଅର୍ଚିତା ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିବା ସହ ନିଜ ପାଇଁ ଖଣ୍ଡିଏ ମାସ୍କ ପ୍ରସ୍ତୁତ କରିବାକୁ ଲୋକଙ୍କୁ ଆହ୍ୱାନ ଜଣାଇଛନ୍ତି |

Comments
Post a Comment