ଭାରତରେ ଗତ ୨୪ ଘଣ୍ଟାରେ ୧୦୩୫ ନୂଆ ସଂକ୍ରମିତ
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ଗୁରୁତର ଆକାର ଧାରଣ କରୁଛି କରୋନା ଭାଇରସ । ପ୍ରାୟ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ୧୦୩୫ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଥିବାବେଳେ ୪୦ ଜଣଙ୍କ ମୃତ୍ୟୁ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫୨୯ ରେ ପହଞ୍ଚିଛି ।
ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୬୬୩୪ ଓ ମୃତ୍ୟୁସଂଖ୍ୟା ୨୪୨ ରହିଛି । ତେବେ ଦେଶରେ ଏହି ଭୁତାଣୁ କବଳରୁ ପ୍ରାୟ ୬୫୨ ଜଣ ଆରୋଗ୍ୟ ଲାଭ କରିସାରିଲେଣି ।
ସୂଚନାଯୋଗ୍ୟ ଯେ ସମଗ୍ର ଦେଶରେ ମହାରାଷ୍ଟ୍ରରେ ସର୍ବାଧfକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୭୪ରେ ପହଞ୍ଚିଥିବାବେଳେ ମୃତୁ୍ୟସଂଖ୍ୟା ୧୧୦ରେ ପହଞ୍ଚିଛି । ଏହା ସହିତ ରାଜ୍ୟରେ ମୋଟ ୧୮୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ର ପଛକୁ ତାମିଲନାଡୁ ରହିଛି । ତାମିଲନାଡୁରେ ମୋଟ ୯୧୧ ଜଣ ସଂକ୍ରମିତ ଅଛନ୍ତି । ତାମିଲନାଡୁ ପଛକୁ ଦିଲ୍ଲୀ ରହିଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦୩ରେ ପହଞ୍ଚିଛି ।
ଘରେ କେମିତି ପ୍ରସ୍ତୁତ କରିବେ ମାସ୍କ, କରିଦେଖାଇଲେ ଅଭିନେତ୍ରୀ ଅର୍ଚିତା ଭୁବନେଶ୍ୱର : କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବାବେଳେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି | ତେବେ ଲୋକଙ୍କ ତୁଳନାରେ ମାସ୍କ ସଂଖ୍ୟା କମ ଥିବାରୁ ପର୍ଯ୍ୟାପ୍ତ ମାସ୍କ ଯୋଗାଇଦେବାକୁ ଏବେ ଅନେକ ସ୍ବେଛାସେବୀ ସଂଗଠନ, ସ୍ୱୟଂସହାୟିକା ଗୋଷ୍ଠୀ, ଜେଲରେ ଥିବା କଏଦୀ ଅଣ୍ଟା ଭିଡିଛନ୍ତି | ଆଉ ମାସ୍କ ପ୍ରସ୍ତୁତି ପାଇଁ ଏବେ ଓଲିଉଡ଼ର ଚୁଲବୁଲି ନାୟିକା ଅର୍ଚିତା ମଧ୍ୟ ଆଗକୁ ଆସିଛନ୍ତି | ଅର୍ଚିତା କେବଳ ମାସ୍କ ତିଆରି କରିନାହାନ୍ତି ବରଂ ସହଜରେ ଘରେ କେମିତି ମାସ୍କ ପ୍ରସ୍ତୁତ କରିହେବ ତାହାର କୌଶଳ ଶିଖାଇଛନ୍ତି | ଏନେଇ ଅର୍ଚିତା ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିବା ସହ ନିଜ ପାଇଁ ଖଣ୍ଡିଏ ମାସ୍କ ପ୍ରସ୍ତୁତ କରିବାକୁ ଲୋକଙ୍କୁ ଆହ୍ୱାନ ଜଣାଇଛନ୍ତି |

Comments
Post a Comment